ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ଲଇକେରା: ଝାରସୁଗୁଡ଼ା ଜିଲ୍ଲାଲଇକେରା ବ୍ଲକ୍‌ ଭାତଲଇଡା ଗ୍ରାମର ପଦ୍ମନାଭ ଭୋଇ (୫୯)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ପଦ୍ମନାଭ ଦୁଇ ଦିନ ପୂର୍ବରୁ ଗାଧୋଇବାକୁ ନିକଟସ୍ଥ ଏକ ପୋଖରୀକୁ ଯାଇଥିଲେ। ଅସାବଧାନତା ଯୋଗୁଁ ସେଠାରେ ଗୋଡ ଖସିଯିବାରୁ ପଦ୍ମନାଭ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ପଦ୍ମନାଭଙ୍କ ଶବ ପାଣିରେ ଭାସୁଥିବା କୌଣସି ସୂତ୍ରରୁ ଖବର ପାଇ ଲଇକେରା ଥାନା ଏଏସଆଇ ଉଦୟଭାନୁ ଦେବ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଥିଲେ। ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଶ୍ରୀ ଦେବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe