Shutterstock
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ସଦରସ୍ଥିତ ଗଣ୍ଡାବାହାଳ ଗ୍ରାମରେ ଛାତରୁ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁଘଟିଛି। ମୃତକ ହେଲେ ସୁନ୍ଦୁରୀ ବାରିକ( ୭୫)।
ସୂଚନା ଅନୁସାରେ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ବୃଦ୍ଧା ଜଣକ ତାଙ୍କ ଛାତ ଉପରକୁ ଯାଇଥିଲେ। ହେଲେ ଛାତରୁ ଅସାବଧାନତା ଯୋଗୁଁ ପଡ଼ିଯାଇଲେ। ଛାତରୁ ପଡ଼ିଥିବା ସ୍ଥାନୀୟ କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତୁରନ୍ତ ବୃଦ୍ଧାଙ୍କୁ ଆମ୍ବୁଲାନସ ଯୋଗେ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
Follow Us