୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

Advertisment
୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

ଲେଫ୍ରିପଡ଼ା (ସୁନ୍ଦରଗଡ଼): ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବିଛୁଆଁବାହାଲ ଗ୍ରାମରେ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜନୈକ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସରଫଗଡ଼ ପଞ୍ଚାୟତର ବିଛୁଆଁବାହାଲ ଗ୍ରାମ ନିବାସୀ ଗଣ୍ତା ରାଉତ (୬୫) ନିଜ ଧାନ କ୍ଷେତକୁ ବୁଲିବାକୁ ଯାଇଥିଲେ। କ୍ଷେତ ଉପର ଦେଇ ଯାଇଥିବା ୧୧ କେ.ଭି. ବିଦ୍ୟୁତ ତାର ତଳକୁ ଝୁଲି ରହିଥିବାରୁ ସେ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ସଦର ମହକୁମା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଲେଫ୍ରିପଡ଼ା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ତେବେ ଓ୍ବେସ୍କୋର ଖାମଖିଆଲି ମନୋଭାବ ଯୋଗୁଁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବାକୁ ଦାବି ହୋଇଛି। ଉଲ୍ଲେଖ ଥାଉକି, ଲେଫ୍ରିପଡ଼ା ଓ୍ବେସ୍କୋର ଅବହେଳା ଯୋଗୁଁ ୧୧/୩୩ କେଭି ଲାଇନ୍ ୧୦୦ରୁ ଊର୍ଦ୍ଧ୍ବ ସ୍ଥାନନରେ ବିପଦସଙ୍କୁଳ ଅବସ୍ଥାରେ ତଳକୁ ଝୁଲି ରହିଛି। ନିକଟରେ ସୁଆରିଯୋର ଗ୍ରାମର ଜନୈକ ଶ୍ରମିକ କେନାଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏଭଳି ୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା‌‌ବେଳେ ଗତବର୍ଷ ଡ଼ୁମାବାହାଲ ଏବଂ ସରଫଗଡ଼ ଅଞ୍ଚଳର ସଂଖ୍ୟାଧିକ ଗୋରୁଗାଈଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe