ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

Advertisment
କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଭଦ୍ରକ: ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଉପରଦୁମୁକା ଗ୍ରାମର ସାଧୁଚରଣ ଦାସଙ୍କ ଶୁକ୍ରବାର ବଜ୍ରାଘା‌ତରେ ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ରାତି ପ୍ରାୟ ୯ଟାରେ ସ୍ବର୍ଗତ ଦାସ ଖାଇ ସାରିବା ପରେ ଘର ସାମ୍ନାରେ ବସିଥିଲେ। ଏହି ସମୟରେ ହଠାତ୍ ବିଜୁଳି ମାରିବାରୁ ସେ ଟଳିପଡ଼ିଥିଲେ। ପରିବାରଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେବା ବେଳେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଶନିବାର ବ୍ୟବଚ୍ଛେଦ ହେବା ପରେ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଗାଁରେ ଶବ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେ ତାଙ୍କ ପଛରେ ପତ୍ନୀ, ୪ ଝିଅ ମାଣିକ, ମାତନ, ରଜନୀ ଓ ସଜନୀ, ୨ ପୁଅ ଗଣିଆ ଓ ମଣିଆ, ନାତିନାତୁଣୀଙ୍କୁ ଛାଡ଼ିଯାଇଛନ୍ତି। ତାଙ୍କ ଶବାଧାରରେ ନାଏବ ସରପଞ୍ଚ ଦୀପାଳି ଦାସ, ଘନଶ୍ୟାମ ଦାସ, ମଧୁସୂଦନ ଦାସ, ଯଦୁମଣି ଦାସ, ଭାବଗ୍ରାହୀ ଦାସ, ଭାଗୀରଥି ଦାସ, ସୁଧାକର ପରିଡ଼ା, ମୀ‌ନକେତନ ଦାସ, ଗଙ୍ଗାଧର ଦାସ, ଗଣନାଥ ଦାସ, ବଇରା ଦାସ, ସୁଦର୍ଶନ ଦାସ, ଉଗ୍ରେସନ ଦାସ, ଉମେଶ ଦାସ, ମଣ୍ଟୁ ବାରିକ, ରତିକାନ୍ତ ପରିଡ଼ା, ପପୁ ମହାକୁଡ଼, ଅଭୟ ଭୂତିଆ, ଗଗନ ବେହେରା ପ୍ରମୁଖ ସାମିଲ ଥିଲେ। ଉପରଦୁମୁକା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସାନ ପୁଅ ମଣିଆ ମୁଖାଗ୍ନି ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe