ଖଳାରେ ମୁଗ ଘୋଡାଉଥିଲେ, ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

ବଜ୍ରପାତରେ ଜଣେ ମୃତ୍ୟୁ, ୨ ଗୁରୁତର

Thunderstorm with lightning bolts on the Thai island

ନୟାଗଡ଼: ଦଶପଲ୍ଲାର ଦେଢ଼ସର ଗାଁରେ ଆଜି ଅପରାହ୍ନ ୪ଟାରେ ବ୍ରଜପାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶଙ୍କର୍ଷଣ ନାୟକ । ସୂଚନା ଅନୁସାରେ ଆଜି ଅପରାହ୍ନରେ ଆଜି ଅଚାନକ ମେଘ ଘୋଟି ଆସିଥିଲା । ଏହା ଦେଖି ଶଙ୍କର୍ଷଣ ଓ ତାଙ୍କର ପରିବାର ଲୋକେ ଖଳାରେ ପଡ଼ିଥିବା ମୁଗ ଘୋଡ଼ାଇବା ପାଇଁ ଗାଁମୁଣ୍ଡକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ତେଣୁ ଶଙ୍କର୍ଷଣ ଘଟଣାସ୍ଥଳରେ ହିଁ ଅଚେତ ହୋଇଯାଇଥିଲେ । ତାଙ୍କୁ ପରିବାର ଲୋକେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶଙ୍କର୍ଷଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe