ଚାଷଜମିରେ ନିର୍ମିତ କୁଡ଼ିଆରେ ଶୋଇଥିଲେ ବୃଦ୍ଧ ଚାଷୀ, ସାପ କାମୁଡ଼ାରେ ମୃତ

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡ଼ିଆଗୁଡା ଗ୍ରାମରେ ଜଣେ ବୃଦ୍ଧଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ଗୋଡ଼ିଆଗୁଡା ଗ୍ରାମର ସମ୍ବାରୁ ଭତରା (୬୬)। ସମ୍ବାରୁ ନିଜ ଧାନ ଚାଷକୁ ଗୋରୁ ପ୍ରବେଶ କରି ନଷ୍ଟ କରିଦେବେ ବୋଲି ସେ ନିଜ ଚାଷଜମିରେ ଏକ କୁଡ଼ିଆ ନିର୍ମାଣ କରି ସେଠାରେ ରାତ୍ରିଯାପନ କରୁଥିଲେ। ଶୁକ୍ରବାର ରାତ୍ର ଭୋଜନ ପରେ ସମ୍ବାରୁ ରାତ୍ରିଯାପନ ପାଇଁ ଜମିକୁ ଯାଇଥିଲେ। ସେ ଶୋଇପଡିବା ସମୟରେ ଏକ ବିଷଧର ସାପ କାମୁଡି ଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ଘରେ ଯାଇ ପରିବାର ଲୋକେଙ୍କୁ ଜଣେଇଥିଲେ।

ପରିବାର ଲୋକେ ୧୦୮ ଆମ୍ବୁଲାନ୍‌ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ। ସମ୍ବାରୁଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଲା। ତେଣୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସମ୍ବାରୁର ମୃତ୍ୟୁ ହୋଇଥିଲା।

ଏନେଇ ସମ୍ବାରୁଙ୍କ ପୁଅ ଅର୍ଜୁନ ଭତରା ପାପଡାହାଣ୍ଡି ଥାନାରେ ଅଭିଯୋଗ କରିବାପରେ ପୁଲିସ ଶବ ଜବତ କରିଥିଲା। ପୁଲି ଏନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବୋଲି ତୁମ୍ବଲ୍ଲା ପାଣ୍ଠି ଅଧିକାରୀ ଶୁଭେନ୍ଦୁ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe