ହାତୀ ଆକ୍ରମଣରେ ଗଲା ବୃଦ୍ଧଙ୍କ ଜୀବନ

Advertisment
ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ

ମେରାମଣ୍ଡଳୀ:ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ମେରାମଣ୍ଡଳୀ ସେକ୍ସନ ଖଡ଼ଗ ପ୍ରସାଦ ଗ୍ରାମ ମା ବାଉଟି ମନ୍ଦିର ନିକଟରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଯାଇଛି |ସୂଚନା ମୁତାବକ ଆଠଗଡ଼ ଅଞ୍ଚଳର ଗଂଜେଇ ଡ଼ିହି ଗ୍ରାମର ବୈରାଗୀ ବିଶ୍ୱାଳ(୬୦) ଖଡ଼ଗ ପ୍ରସାଦ ଏକ କ୍ରସର ରହି କାମ କରୁଥିଲେ | ଆଜି ସନ୍ଧ୍ୟା ସାଢେ ୬ଟା ବେଳକୁ ଖଡ଼ଗ ପ୍ରସାଦ ଗ୍ରାମରୁ ରାସନ ସାମଗ୍ରୀ ନେଇ କ୍ରସର ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ |ହାତୀ ପାଦରେ ଦଳି ଦେବା ଦ୍ଵାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି | ବୃଦ୍ଧଙ୍କ ମୃତ୍ୟୁ ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇଛି | ଘଟଣାସ୍ଥଳରେ ବନ ବିଭାଗ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe