ହାତୀ ଆକ୍ରମଣରେ ବୃଦ୍ଧ ମୃତ

Advertisment
ହାତୀ ଆକ୍ରମଣରେ ବୃଦ୍ଧ ମୃତ

Elephant Nature Park

ଦେବଗଡ଼:ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ(୬୦) । ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ ଓ ତାଙ୍କର ତ୍ସୀ ଘରେ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ଘର ବାଡ ଭାଙ୍ଗି ଘରକୁ ପଶିବା ପାଇଁ ଚେଷ୍ଟା କରିଥିଲେ ।

ତେବେ ଚେରୁ ଓ ତାଙ୍କର ସ୍ତ୍ରୀ ଭୟରେ ବାହାରକୁ ପଳାଇ ଆସିଥିଲେ । କିନ୍ତୁ ଚେରୁ ହାତୀ ହାବୁଡରେ ପଡିଯିବା ଯୋଗୁଁ ହାତୀଟି ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe