ବୃଦ୍ଧଙ୍କୁ ଛତିଶଗଡର ଢାବାରେ ମାଡ; ମାଲକାନଗିରିରେ ମୃତ୍ୟୁ, ପୁଲିସର ତଦନ୍ତ

Advertisment
ବୃଦ୍ଧଙ୍କୁ ଛତିଶଗଡର ଢାବାରେ ମାଡ; ମାଲକାନଗିରିରେ ମୃତ୍ୟୁ, ପୁଲିସର ତଦନ୍ତ

Sambad

ମାଲକାନଗିରି: ଜଣେ ବୃଦ୍ଧଙ୍କୁ ଛତିଶଗଡର କୋଣ୍ଟା ଗ୍ରାମର ଏକ ଢାବାରେ ନିର୍ଦ୍ଧୁମ ପିଟିବା ପରେ ମାଲକାନଗିରି ପଠାଯାଇଥିଲା। ଆଜି ସକାଳେ ମାଲକାନଗିରି ମେଡିକାଲରେ ତାର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଛି। ଘଟଣା ଅନୁଯାୟୀ ଶଙ୍କର ବିଶ୍ବାସ(୬୦) ନାମକ ଜଣେ ବୃଦ୍ଧ ବ୍ୟକ୍ତି ଏମଭି-୪୨ ଗ୍ରାମ ନିଜର ସମ୍ପର୍କୀୟ ଘରକୁ ଉତ୍ତର ପ୍ରଦେଶରୁ ଆସୁଥିଲେ। ତେବେ ସେ ଛତିଶଗଡର କୋଣ୍ଟା ସହରର ଗୋଟିଏ ଢାବାରେ ରହିଥିଲେ। ତେବେ ସେଠାରେ କଣ ଅସୁବିଧା ହେଲା ଯେ କୋଣ୍ଟା ଢାବାର ଲୋକେ ତାଙ୍କୁ ନିର୍ଦ୍ଧୁମ ପିଟିବା ସହ ତାଙ୍କ ଉପରେ ଗରମ ତେଲ ଢାଳି ଦେଇଥିଲେ। ଏତେ ନିର୍ଯାତନା ଦେଇଥିଲେ ଯେ ସେ ଗୁରୁତର ହୋଇଯାଇଥିଲେ।

ବୃଦ୍ଧ ଜଣକ ଗୁରୁତର ହେବା ଦେଖି ଢାବାର ଲୋକେ ତାଙ୍କୁ ଏକ ଅଟୋ ଯୋଗେ ମାଲକାନଗିରି ପଠେଇ ଦେଇଥିଲେ। ଶଙ୍କରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe