ରୋଗ ଯନ୍ତ୍ରଣା ସହି ନପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଅଭିଯୋଗ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଜଣେ ବୃଦ୍ଧା ବହୁ ବର୍ଷଧରି ଅଜଣା ରୋଗରେ ପୀଡିତ ହୋଇ କଷ୍ଟ ସହି ଆସୁଥିଲେ। ତେବେ କିଛିଦିନ ହେବ ଅତ୍ୟଧିକ କଷ୍ଟ ହେବାରୁ ସହ୍ୟ କରି ନ ପାରି ଗତକାଲି ସନ୍ଧ୍ୟା ସମୟରେ ବିଷ ପିଇଦେଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି।ା ସୂଚନାଅନୁଯାୟୀ, ଗୋରୁମହିଷାଣୀ ଥାନା ଖେଜୁରୀ ଗ୍ରାମ କାହୁବେଡା ସାହିର ସର୍ଗତଃ ଗୁରୁବା ଦେହୁରୀଙ୍କ ପୁଅ ପରେଶ ଦେହୁରୀ (୫୦) ବହୁ ବର୍ଷ ଧରି ଅଜଣା ରୋଗରେ ପୀଡିତ ଥିଲେ। ବିଭିନ୍ନ ଡାକ୍ତରଖାନା ସମେତ କବିରାଜୀ ପାଖରେ ଚିକିତ୍ସ୍ୟା କରିବା ପରେ ମଧ୍ୟ ସୁସ୍ଥ ହୋଇନଥିଲେ।

ତେବେ ଗତକାଲି ରୋଗର ଯନ୍ତ୍ରଣା ସହିନପାରି ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସ୍ୟାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଗୋରୁମହିଷାଣୀ ପୁଲିସ ଖବର ପାଇ ଡାକ୍ତରଖାନାରେ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାର ଏଏସଆଇ ଲମ୍ବୋଦର ବାରିକ ୧୪/୨୨ ରେ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe