ନଦୀରେ ବୁଡି ବୃଦ୍ଧା ମୃତ

ନଦୀରେ ବୁଡି ବୃଦ୍ଧା ମୃତ

ଯାଜପୁର: ଯାଜପୁର ଟାଉନ ଥାନାଅଧିନ ଜାଲପୁର ଗ୍ରାମରେ ନଦୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ ହୋଇଯାଇଛି। ବୃଦ୍ଧା ଜଣକ ସ୍ଥାନୀୟ ଅଂଚଳର ବେଙ୍ଗ ପାତ୍ର(୭୦)ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ସଂନ୍ଧ୍ୟାରେ ବେଙ୍ଗ ପାତ୍ର ନଦୀକୁ ଯାଇଥିଲେ। ରାତି ହୋଇଥିଲେ ହେଁ ସେ ଆଉ ଘରକୁ ଫେରି ନଥିଲେ। ବେଙ୍ଗ ଘରେ ନପହଞ୍ଚିବା ପରେ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ରାତି ଅଧିକ ହୋଇ ଯାଇଥିବାରୁ ସେମାନେ ଆଉ ଖୋଜାଖୋଜି କରି ପାରି ନଥିଲେ। ଆଜି ସକାଳୁ ପୁଣି ଗ୍ରାମବାସୀ ଓ ପରିବାରଲୋକ ବେଙ୍ଗଙ୍କୁ ଖୋଜାଖୋଜି କରିଥିଲେ।

ଏହି ସମୟରେ କିଛି ଗ୍ରାମବାସୀ ବୁଢ଼ା ନଦୀରେ ବେଙ୍ଗଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଯାଜପୁର ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବୃଦ୍ଧାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ଏହାପରେ ପୁଲିସ ଉପସ୍ଥିତିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe