ତେନ୍ତୁଳି ଗଛରୁ ପଡି ବୃଦ୍ଧା ମୃତ୍ୟୁ

Advertisment
ତେନ୍ତୁଳି ଗଛରୁ ପଡି ବୃଦ୍ଧା ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅନ୍ତର୍ଗତ ଛଟାଗୁଡା ଆଦିବାସୀ ଗ୍ରାମର ଜଣେ ବୃଦ୍ଧାଙ୍କ ତେନ୍ତୁଳି ଗଛରୁ ପଡ଼ି ମୃତ୍ୟୁ ହୋଇଥିବା ସୁଚନା ମିଳିଛି।

ସୂଚନାଯୋଗ୍ୟ, ଗତ କାଲି ପ୍ରାୟ ଦିନ ୪ଟା ବେଳେ ନିଜ ଘର ବାଡ଼ ପାଖରେ ଥିବା ତେନ୍ତୁଳି ଗଛରେ ଚଢ଼ି ଭଗ ଗୌଡ଼ (୫୦)ତେନ୍ତୁଳି ଝାଡୁ ଥିଲେ। ଅସାବଧାନତା ହେତୁ ଭଗ ଗୌଡ଼  ହଠାତ ଗଛ ଉପରୁ ତଳେ କଚାଡି ହୋଇ ପଡି ଯାଇଥିଲେ। ଫଳରେ ଅଣ୍ଟା, ମୁହଁ ଏବଂ ମୁଣ୍ଡର ପଛଭାଗରେ ଗଭୀର ଆଘାତ ଲାଗିଥିଲା।

ଏପରିକି ନାକରୁ ରକ୍ତ ବାହାରୁଥିବା ବି ଦେଖିବାକୁ ମିଳିଛି। ଶେଷରେ ପରିବାର ବର୍ଗ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଡାକ୍ତରଖାନାରେ ଭଗଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗତ କାଲି ଭଗ ଗୌଡ଼ଙ୍କ ପୁଅ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଆଜି ସକାଳେ ଝରିଗାଁ ଥାନାରୁ ଏଏସଆଇ ଅଶୋକ କୁମାର ପାଳ ଉମରକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମରଶରୀର ଆଜି ଗାଁକୁ ଆସିବାପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ପ୍ରଶାସନ ତରଫରୁ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe