The Hans India
ଚିତ୍ରକୋଣ୍ଡା: ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପଂଚାୟତ ଅନ୍ତର୍ଗତ ଆରଏସ୍ସି ୧୬ର ଲକମି ଖରା (୬୦)। ସ୍ତ୍ରୀ ବିମଳା ଖରା, ପୁଅ ସାନିଆ ଖରାଙ୍କୁ ନେଇ ତାଙ୍କର ସଂସାର। ସେ ଆଜି ଚିତ୍ରକୋଣ୍ଡା ନିକଟସ୍ଥ ଗୋଜିଆଗୁଡା ଗ୍ରାମ ଡାଲଖାଇ ମନ୍ଦିର ଛକ ଠାରେ ଥିବା ନିଜ ଜମିରୁ କିଛି କାଠ ସଂଗ୍ରହ କରି ନିଜ ଘର ଆରଏସ୍ସି ୧୬ (ରାଜୁଲକୋଣ୍ଡା)କୁ ଯାଉଥିବା ସମୟରେ ବୋହି ନେଉଥିବା କିଛି କାଠ ସେଇ ଜାଗାରେ ଅଳ୍ପ ଉଚ୍ଚରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରେ ଲାଗିଯାଇଥିଲା। ଫଳରେ ସେଇ ବିଲରେ ହି ଲକମି ଖରାଙ୍କ ମୃତ୍ୟୁ ହୋଇଥିଲା।
ଲକମି ଖରା ଘରେ ପହଞ୍ଚିବାର ଡେରି ହେବାରୁ ଘର ଲୋକେ ବିଲକୁ ଖୋଜି ବାକୁ ଆସି ସେଇ ବିଲରେ ଲକମି ମରି ପଡିଥିବା ଦେଖିଥିଲେ। ସାଉଥ୍ କୋର କିଛି କର୍ମଚାରୀ ସେଠାରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ସେଠାରେ ପହଞ୍ଚି ନଥିବା ଜଣାପଡ଼ିଛି।
Follow Us