ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଘେନୁଗୁଡା ଗ୍ରାମର ଯୋଗେନ୍ଦ୍ର ପାଣିଗ୍ରାହୀ ନିକଟରେ ଥିବା ଦକ୍ଷିଣ ମୁଖ୍ୟ କେନାଲକୁ ଶୌଚ ପାଇଁ ଯାଇ ​ନିଖୋଜ ହୋଇଯାଇଛନ୍ତି। ପାଦ ଖସିଯିବାରୁ ସ୍ରୋତରେ ସେ ଭାସିଯାଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ଜୟପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ ଜଳସ୍ରୋତ ଅଧିକ ଥିବାରୁ କାର୍ଯ୍ୟ ସମ୍ପାଦନରେ ଅନ୍ତରାୟ ସୃଷ୍ଟି ହେଉଥିବା ସୂଚନା ମିଳିଛି। ବିଭାଗକୁ ସୂଚନା ମିଳିବା ପରେ ଦକ୍ଷିଣ ମୁଖ୍ୟ କେନାଲକୁ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପ୍ରକାଶ। କେନାଲ ପାଣି କମିବା ପରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ସହଜ ହୋଇ ପାରିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରକାଶ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us