ମାଛ ଧରିବାକୁ ଯାଇ ମଝି ନଈରେ ଫସିଲେ ବୃଦ୍ଧ: ଉଦ୍ଧାର କଲା ଅଗ୍ନିଶମ ବିଭାଗ

Advertisment
ମାଛ ଧରିବାକୁ ଯାଇ ମଝି ନଈରେ ଫସିଲେ ବୃଦ୍ଧ: ଉଦ୍ଧାର କଲା ଅଗ୍ନିଶମ ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ନିକଟରେ ବହିଯାଉଥିବା ସାବେରୀ ନଦୀରେ ଜଣେ ବୃଦ୍ଧ ଫସି ରହିଥିବା ବେଳେ ପଡିଆ ଅଗ୍ନିଶମ ବିଭାଗର କର୍ମଚାରୀ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ।

ଘଟଣା ଅନୁଯାୟୀ ପ୍ରତିଦିନ ଭଳି ଗତକାଲି ମଧ୍ୟ କମାରଗୁଡା ଗ୍ରାମର ଗଙ୍ଗା ପଡିଆମି ନାମକ ବୃଦ୍ଧ ମାଛ ଧରିବାକୁ ନିକଟସ୍ଥ ସାବେରୀ ନଦୀକୁ ଯାଇଥିଲେ। ତେବେ ହଠାତ୍ ନଦୀରେ ଗୋଡ ଖସିଯିବାରୁ ସେ ଭାସି ଭାସି ଯାଇ ଏକ ପଥରକୁ ଧରି ଅଟକି ରହିଥିଲେ।ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ପଡିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ତୁରନ୍ତ ପଡିଆ ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ଶିଶିର ସିଂଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ହୋଇଥିଲା।ପ୍ରାୟ ଚାରି ଘଣ୍ଟା ଧରି କସରତ କରିବା ପରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା।ତେବେ ସେ ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିବାରୁ ତାଂକର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା।ବୃଦ୍ଧ ଗଙ୍ଗାଙ୍କୁ ତୁରନ୍ତ ପଡିଆ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe