Telegraph India
ତରଭା: ଶୁକ୍ରବାର ରାତିରେ ତରଭା ବ୍ଲକ୍ ଝାରତରଭା ଗ୍ରାମରେ ଆଈର ମୁଣ୍ତକୁ ନାତି ଇଟାରେ ଛେଚି ଦେବାରୁ ଆଈଙ୍କ ମୃତ୍ୟୁ ହୋଇଛି।
ଝାରତରଭା ଗାଁର ଅକ୍ଷୟ ନାଏକ (୨୫) ନିଜ ଆଈ ତ୍ରିପୁରାରୀ ନାଏକ (୭୫) ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲ। ଏହି ସମୟରେ ଆଈଙ୍କ ମୁଣ୍ତକୁ ଅକ୍ଷୟ ଇଟାରେ ଛେଚି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତ୍ରିପୁରାରୀଙ୍କୁ ତରଭା ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବଲାଙ୍ଗୀରକୁ ପଠାଯାଇଥିଲା। ବଲାଙ୍ଗୀର ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତରଭା ପୁଲିସ୍ ଅଭିଯୁକ୍ତ ଅକ୍ଷୟ ନାଏକକୁ ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରିଛି।
Follow Us