ଫୁଲ ତୋଳିବାକୁ ଯାଇଥିଲେ ବୃଦ୍ଧା, ପାଣିରେ ବୁଡ଼ି ମୃତ

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ଜଗତସିଂହପୁର ଟାଉନ୍‌: ଗତକାଲି ଜଗତସିଂହପୁର ବ୍ଲକ କାଦୁଆପଡାର ଚାରୂଲତା ରାଉତ (୬୨) ନିଜ ଘର ନିକଟ ଗାଦିବ୍ରହ୍ମ ମହିଳା କଲେଜ ନିକଟରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲଗାଣ ବର୍ଷା ପାଣିରେ ବୁଡି ଯାଇଥିଲେ। ଅନେକ ଖୋଜାଖୋଜି ବେଳେ ମିଳିନଥିଲେ। ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଘରଠାରୁ କିଛି ଦୂରରେ ମହିଳାଙ୍କ ମୃତଦେହ ଉଦ୍ଧ।ର କରାଯାଇଛି। ଲଗାଣ ବର୍ଷାରେ ଏହା ହେଉଛି ପ୍ରଥମ ମୃତ୍ୟୁ।

ସେହିପରି ମହାନଦୀ ଫୁଲିବାରେ ଲାଗିଛି। ମହାନଦୀ ଫୁଲି ତିର୍ତ୍ତଲ ନିକଟରେ ପଠାରେ ପାଣି ମାଡୁଛି। ତିର୍ତ୍ତୋଲ ଥାନା ଗଡାରେ ରହୁଥିବା ଉମେଶ ମାହାଲୋ ମହାନଦୀ ପଠା ଗୋପିଆକୁଦକୁ ଯାଇଥିବା ବେଳେ ପାଣିରେ ବୁଡି ନିଖୋଜ ହେଇଯାଇଛନ୍ତି। ଅଗ୍ନିଶମ ବାହିନୀ ଖୋଜା ଖୋଜି ପରେବି ଖବର ମିଳିପାରି ନାହଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe