image source--new indian express
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଭବାନୀପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ସୂଚନା ମତେ ଭବାନୀପୁର ଗ୍ରାମର ଶୁଶିଳା ସାହୁ(୬୫)ରବିବାର ସକାଳୁ ନିକଟସ୍ଥ ଲକ୍ଷ୍ମୀନାଳକୁ ଗାଧୋଇବାକୁ ଯାଇ ଫେରୁଥିବା ବେଳେ ବାଟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା। ସାପ କାମୁଡ଼ିବା ସତ୍ତେବ ସେ ଚାଲିଚାଲି ପ୍ରାୟ ୧କିମି ଦୂରରେ ଥିବା ଘରକୁ ଆସି ପରିବାର ଲୋକଙ୍କୁ ଏକଥା କହିଥିଲେ। ଘରଲୋକ ଏହା ଜାଣିବା ପରେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିବା ଜଣାପଡିଛି।
Follow Us