ବିଲକୁ ଯାଇଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ

Advertisment
ଗାତରେ ପଡ଼ି ଚାଲିଗଲା ଗର୍ଭବତୀ ହାତୀର ଜୀବନ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଗଁଦିଆ ବ୍ଲକ କାବରା ପଞ୍ଚାୟତ ହରଡବେରଣା ଗ୍ରାମ ଠାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମ୍ରୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ସକାଳେ ହରଡବେରଣା ଗ୍ରାମର ନାରାୟଣ ଭୋଇ(୬୫) ଘର ନିକଟ ବିଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଥିଲେ। ହାତୀ ତାଙ୍କୁ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମ୍ରୃତ୍ୟୁ ହୋଇଛି।

ଖବର ପାଇ ଷଡ଼ଙ୍ଗୀ ରେଞ୍ଜର ଗିରିଶ ଚନ୍ଦ୍ର ନାୟକ, ଯୋରନ୍ଦା ଫରେଷ୍ଟର ମଧୁସ୍ମିତା ପତି, ଗଁଦିଆ ଥାନା ଅଧିକାରୀ ସୁବ୍ରତ ସାହୁ, ଯୋରନ୍ଦା ଫାଣ୍ଡି ଅଧିକାରୀ ଦିଲ୍ଲୀପ ଗଡ଼ନାୟକ ଓ ହାତୀ ସ୍କ୍ୱାର୍ଡ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ପୋଷ୍ଟମର୍ଟମ କରି ପରିବାରକୁ ‌ହସ୍ତାନ୍ତର କରିଛନ୍ତି। ଗତ ୧ ବର୍ଷ ମଧ୍ୟରେ ଏହି ଘଟଣାକୁ ମିଶାଇ ଯୋରନ୍ଦା ବନପାଳଙ୍କ କାର୍ଯ୍ୟାଳୟ ଅଧିନରେ ୪ ଜଣ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ଶୋଚନୀୟ ମ୍ରୃତ୍ୟୁ ହୋଇଛି। ଗତ ୭.୧.୨୩ ରିଖରେ ପାରିଖେଦା ଗ୍ରାମର ଯୁବକ ଚନ୍ଦନ ନାଏକ(୨୭),୧୯.୫.୨୩ରିଖରେ ଚନ୍ଦ୍ରଶେଖରପୁର ଗ୍ରାମର କହ୍ନେଇ ସାମଲ(୪୫) ଓ ୫.୬.୨୩ ରିଖରେ ଆରୁ‌ହାଁଗ୍ରାମ ଠାରେ ଛାତ୍ର ଶୁଭଜିତ୍ ମଳିକ(୧୪) ଙ୍କର ହାତୀ ଆକ୍ରମଣରେ ଶୋଚନୀୟ ମ୍ରୃତ୍ୟୁ ହୋଇଛି। ପ୍ରତ୍ୟେକ ଦିନ ଯୋରନ୍ଦା ଅଞ୍ଚଳରେ ହାତୀ ଗ୍ରାମ ଓ ବଜାର ଅଞ୍ଚଳରେ ପଶିବା ଯୋଗୁଁ ସନ୍ଧ୍ୟାପରେ କୋକୁଆ ଭୟ ଖେଳି ଯାଉଛି। ଯୋଜନାବଦ୍ଧ ଭାବେ ହାତୀକୁ ଅଭୟାରଣ୍ୟ ମଧ୍ୟକୁ ପଠାଇବା ବ୍ୟବସ୍ଥା କରାନଗଲେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି,ଲମ୍ବୋଦର ପରିଡା, ପୀତବାସ ରାଉତ, ଶ୍ରୀବତ୍ସ ନାୟକ , ଶ୍ରୀବତ୍ସ ମହାନ୍ତି, ସାରଙ୍ଗଧର ପ୍ରଧାନ, ସାରଙ୍ଗଧର ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe