ନାଲରେ ଭାସି ଯାଇ ବୃଦ୍ଧା ମୃତ

Advertisment
ମୟୂରଭଂଜ: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Representative image

ଧର୍ମଗଡ: ଗତକାଲି ଠାରୁ ହେଉଥିବା ପ୍ରବଲ ବର୍ଷାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ କାଶିବାହାଳ ଗ୍ରାମର ଜାନକୀ ମୁଣ୍ଡା ନାମକ ଜଣେ ବୃଦ୍ଧା ଗ୍ରାମ ନିକଟରେ ଥିବା ନାଲକୁ ଅପରାହ୍ନ ସମୟରେ ଗାଧେଇ ଯାଇଥିଲେ। ପାଣିର ଶ୍ରୋତ ପ୍ରବଳ ଥିବାରୁ ବୃଦ୍ଧା ଜଣକ ଭାସି ଯାଇ ଦୂରରେ ଥିବା ଏକ ଜମି ହୁଡାରୁ ପରିବାର ଲୋକେ ପୁଲିସ ସହାୟତାରେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ, କାଉନସିଲର, ସମାଜ ସେବୀ ବିବେକ ମିଶ୍ର ଓ ନଗରପାଳ ଅଶୋକ କୁମାର ମହାନ୍ତି ପହଞ୍ଚି ମୃତ ପରିବାର ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଧର୍ମଗଡ ତହସିଲଦାର ପହଞ୍ଚି ସରକାରୀ ନିୟମ ଅନୁସାରେ ମୃତ ପରିବାରକୁ ସରକାରୀ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe