Wikipedia
ଧମା: ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଡକରା ପଞ୍ଚାୟତ ବଡ଼ମାଲ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଡ଼ମାଲର ଯାଜ୍ଞସିନୀ ବାରିକ(୭୫)। ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ଶନିବାର ରାତି ଘର ବାହାର ବାରଣ୍ଡାରେ ଶୋଇଥିଲେ। ରାତି ୧ଟା ପାଖାପାଖି ଏକ ଦନ୍ତା ହାତୀ ତାଙ୍କ ଘର ନିକଟକୁ ଆସିଥିଲା।
ହାତୀ ଆସିବା ଜାଣି ବୃଦ୍ଧା ଜଣକ ସେଠାରୁ ଉଠି ଚାଲିଯିବାକୁ ଚେଷ୍ଟା କରୁଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟାଣି ଆଣି ଫୋପାଡ଼ି ଦେଇଥିଲା। ଭୋର ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us