ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଅଧୀନ କୁଞ୍ଜବନପ୍ରସାଦ ଗ୍ରାମର ଜଣେ ମହିଳା ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନିଖୋଜ ବୃଦ୍ଧା ସେହି ଗ୍ରାମର ଝରିଆ ରାଉତରାଙ୍କ ପତ୍ନୀ ଆଦର ରାଉତରା (୬୫) ବୋଲି ସୂଚନା ମିଳିଛି। ଆଜି ପୂର୍ବାହ୍ନ ସାଢେ ୧୧ ଟାରେ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ କରି ଫେରିବା ପରେ ଆଦର ପୋଖରୀରେ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ଗ୍ରାମ ନିକଟସ୍ଥ ତୁଳସୀ ବଣି ପୋଖରୀ ନିକଟରେ ଦା ଓ ଦଉଡି ପଡିଥିବା ଦେଖିବାକୁ ପାଇଥିଲେ ପରିବାରଲୋକେ। ଖବରପାଇ ଭାପୁର ଅଗ୍ନିଶମ ବାହିନୀର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଆଦରଙ୍କ ଅନୁସନ୍ଧାନ କରୁଥିବା ବେଳେ କୌଣସି ସନ୍ଧାନ ପାଇନଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବାର୍ଦ୍ଧକ୍ୟ କାରଣରୁ ଗୋଡ ଖସି ପୋଖରୀରେ ବୁଡିଯାଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିପରି ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ବୃଦ୍ଧାଙ୍କ ଅନୁସନ୍ଧାନ ଚାଲିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us