ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ୫୮ ବର୍ଷୀୟ ରେଳବାଇ କର୍ମଚାରୀ ଗିରଫ

Advertisment
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ୫୮ ବର୍ଷୀୟ ରେଳବାଇ କର୍ମଚାରୀ ଗିରଫ

ରାଉରକେଲା: ଦୁଇ ବାନ୍ଧବୀଙ୍କ ସହ ସନ୍ଧ୍ୟା ଭ୍ରମଣରେ ଯାଇଥିଲେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ଘରକୁ ଫେରୁଥିବାବେଳେ ଏକୁଟିଆ ପାଇ ଜଣେ ୫୮ ବର୍ଷୀୟ ରେଲୱେ କର୍ମଚାରୀ ନାବାଳିକାଙ୍କୁ ଅସଦାଚରଣ କରିଥିଲା। ଏମିତିକି ଘରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା ହେବାରୁ ପୁଲିସ ଅଭିଯୁକ୍ତ ନୀଳାଞ୍ଚଳ ବନଛୋର(୫୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା।

ଡିଜେଲ କଲୋନି ଅଞ୍ଚଳର ତିନି ଜଣ ନାବାଳିକା ସନ୍ଧ୍ୟା ଭ୍ରମଣରୁ ଘରକୁ ଫେରୁଥିଲେ। ଅଧା ରାସ୍ତାରୁ ଦୁଇ ବାନ୍ଧବୀ ନିଜ ନିଜ ଘରକୁ ଯାଇଥିବାବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୀଡ଼ିତା(୧୩) ନିଜ ଘର ଅଭିମୁଖେ ଆସୁଥିଲେ। ତେବେ ସ୍ଥାନୀୟ ଡିଜେଲ କଲୋନି ଏଲ-୪୧/୧ରେ ରହୁଥିବା ରେଳବାଇର ବରିଷ୍ଠ ଟେକ୍ନିସିଆନ ନୀଳାଞ୍ଚଳଙ୍କର କାମୁକ ଆଖି ପଡ଼ିଥିଲା ନାବାଳିକାଙ୍କ ଉପରେ। ଅଭିଯୁକ୍ତ ବଳପୂର୍ବକ ଅସଦାଚରଣ କରିଥିଲା। ଏହାସହ ଘଟଣା ପ୍ରଘଟ ନ କରିବାକୁ ଧମକକଚମକ ଦେବାସହ ଜୀବନରୁ ମାରି ଦେବାକୁ ଚେତାବନୀ ଦେଇଥିଲା। କୌଣସିମତେ ନାବାଳିକା ସେଠାରୁ ପଳେଇଆସି ପରିବାରବର୍ଗଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରେ ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe