ଜାତୀୟ ରାଜପଥରେ ଦାଦାବଟି ଆଦାୟ: ଯୁବକ ଗିରଫ, ପିସ୍ତଲ ଜବତ

ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ଧର୍ମଶାଳା: ଧର୍ମଶାଳା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ସମ୍ମୁଖ ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଗାଡ଼ି ଅଟକାଇ ପିସ୍ତଲ ଦେଖାଇ ବଟି ଆଦାୟ ଚାଲିଛି। ଏଭଳି ଦାଦାଗିରି କରୁଥିବା ସମୟରେ ଜଣେ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି।

publive-image

ପୁଲିସ୍‌କୁ ଦେଖି ଅନ୍ୟ କେତେକ ସହଯୋଗୀ ଖସି ଯାଇଥିଲେ। ଗିରଫ ଅଭିଯୁକ୍ତ ହେଉଛି ଦେଉଳି ଗ୍ରାମର ଶ୍ରୀକାନ୍ତ ମିଶ୍ର। ତା' ନିକଟରୁ ଏକ ଦେଶୀ ପିସ୍ତଲ ଜବତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ୨୭/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe