ପିଆରଏମରେ ମହିଳାଙ୍କୁ ଅସଦାଚରଣ କରି ସେକା ଖାଇବା ଘଟଣା, ଦୁର୍ବ୍ୟବହାରକାରୀ ଯୁବକକୁ ବାନ୍ଧିଲା ପୁଲିସ୍

ପିଆରଏମରେ ମହିଳାଙ୍କୁ ଅସଦାଚରଣ କରି ସେକା ଖାଇବା ଘଟଣା, ଦୁର୍ବ୍ୟବହାରକାରୀ ଯୁବକକୁ ବାନ୍ଧିଲା ପୁଲିସ୍

ବାରିପଦା: ପିଆରଏମ୍ ହସ୍ପିଟାଲରେ ଗତକାଲି ସନ୍ଧ୍ୟାବେଳେ ଜଣେ ମହିଳାଙ୍କୁ ଅସଦାଚରଣ କରି ଚପଲରେ ସେକା ଖାଇଥିବା ଯୁବକକୁ ବାନ୍ଧିଛି ବାରିପଦା ଟାଉନ୍ ଥାନା ପୁଲିସ୍। ପିଆରଏମରେ ଭର୍ତ୍ତି ହୋଇଥିବା ନିଜର ଜଣେ ସମ୍ପର୍କୀୟାଙ୍କୁ ଆଟେଣ୍ଡାଣ୍ଟ୍ ଭାବେ ଦେଖାଶୁଣା କରିବା ନିମନ୍ତେ ହସ୍ପିଟାଲରେ ଥିବା ଏହି ଥାନା ଅଞ୍ଚଳର ଜନୈକା ବିଧବା ମହିଳାଙ୍କୁ ଅସଦାଚରଣ କରିଥିଲା ଅଭିଯୁକ୍ତ। ଅଭିଯୁକ୍ତ ରାସଗୋବିନ୍ଦପୁର ଥାନା ପଥରଚାଟିଆ ଗ୍ରାମର ନିତାଇ ରାମ(୩୦)କୁ ଆଜି ପୁଲିସ୍ ରାସଗୋବିନ୍ଦପୁର ଅଞ୍ଚଳରୁ ଗିରଫ କରିଛି।

ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଷୟକୁ ନେଇ ଆଜି ମହିଳାଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ଏନଇେ ଅଭିଯୁକ୍ତ ନିତାଇ ରାମଙ୍କ ବିରୋଧରେ ଆଇପିସି ଧାରା ୩୫୪, ୨୯୪, ୫୦୬ ଅନୁସାରେ କେସ୍ ନମ୍ବର ୧୨୫/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ସନ୍ଧ୍ୟାାରେ ମହିଳା ଜଣଙ୍କୁ ଦୁର୍ବ୍ୟବହାର କରିଥିଲା ଅଭିଯୁକ୍ତ।

ତେବେ ମହିଳା ଜଣଙ୍କ କିନ୍ତୁ ଯେପରି ଅଭିଯୁକ୍ତକୁ ନିଜ ଚପଲ ଖୋଲି ବାଡ଼େଇଥିଲେ ତାହା ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଆଜି ଏସମ୍ପର୍କିତ ଖବର କେବଳ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଗଣମାଧ୍ୟମରୁ ଏସମ୍ପର୍କରେ ସୂଚନା ପାଇ ପୁଲିସ୍ ନିଜ ଆଡ଼ୁ ଏସମ୍ପର୍କରେ ତଦନ୍ତ କରିବା ସହିତ ଅଭିଯୁକ୍ତକୁ ବାନ୍ଧିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe