ଆଇଶାଶୁକୁ ହତ୍ୟା କରି ଫେରାର ଥିବା ନାତୁଣୀ ଜ୍ୱାଇଁ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ପଞ୍ଚାୟତ ଦେଉଳଖମଣ ଗ୍ରାମରେ ଆଇଶାଶୁକୁ ପଥରରେ ଛେଚି ହତ୍ୟା କରିବା ପରେ ଫେରାର ଥିବା ନାତୁଣୀଜ୍ୱାଇଁକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ସୂଚନାଯୋଗ୍ୟ ୧୫ ଦିନ ପୂର୍ବରୁ ହଣ୍ଡପା ଥାନା ପୁରୁଷମାଳ ଗ୍ରାମର ଲକ୍ଷ୍ମଣ ମାହାର(୪୫) ଦେଉଳଖମଣ ଗ୍ରାମର ସୀତା(୨୫)କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହର କିଛିଦିନ ପରେ ସୀତା ବାପଘରକୁ ଫେରିଥିଲେ। ଲକ୍ଷ୍ମଣଙ୍କ ଘରେ ସ୍ୱଳ୍ପ ରହଣି ସମୟରେ ସେଠାରେ ସୀତାକୁ ଭଲ ଲାଗିନଥିଲା। ଲକ୍ଷ୍ମଣ ଗତ ୭ ତାରିଖ ଦିନ ନିଜ ଘରକୁ ଡାକିଥିଲେ।

ଲକ୍ଷ୍ମଣଙ୍କ ଘରକୁ ଯିବାର ଇଚ୍ଛା ନଥିବାରୁ ସୀତା ନିଜକୁ ଜ୍ୱର ହେଉଛି ଭଲ ହେଲେ ଯିବି କହି ଲକ୍ଷ୍ମଣକୁ ପଠେଇ ଦେଇଥିଲେ। ଘରୁ ବାହାରି ଆସିବା ପରେ ଅଧାବାଟରୁ ସୀତା ଘରକୁ ଡାକିନେଇ ଯିବାକୁ ପୁଣି ଫେରିଥିଲେ। ଅପରାହ୍ନ ସାଢେ ଚାରିଟାରେ ବେଳକୁ ଘର ବାରଣ୍ଡାରେ ବସିଥିବା ଆଇଶାଶୁ ସାଧବାଣୀ ମାହାର(୭୦)ଙ୍କୁ ସୀତା କାହିଁ ବୋଲି ଲକ୍ଷ୍ମଣ ପଚାରିଥିଲେ। ସାଧବାଣୀ ସୀତା ତାର ଭାଇ ଓ ଭାଉଜ ସହିତ ପରଙ୍ଗ ଗ୍ରାମକୁ ଭୋଜିରେ ଯୋଗଦେବାକୁ ଯାଇଛି ବୋଲି କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜ୍ୱର ବାହାନା ଦେଖେଇ ଭୋଜିକୁ ଯିବାନେଇ ରାଗିଯାଇଥିଲା। ରାଗରେ ଆଇଶାଶୁ ସହିତ ପାଟିତୁଣ୍ଡ ପରେ ଘରେ ଥିବା ଟାଙ୍ଗିଆ ଧରି ଗୋଡେଇବା ପରେ ଏକ ପଥରରେ ଆଇଶାଶୁ ସାଧବାଣୀକୁ ହତ୍ୟା କରିଥିଲା। ଘଟଣାସ୍ଥଳରେ ସାଧବାଣୀଙ୍କ ମୃତ୍ୟୁ ହୋଇଥିଲା।

publive-image

ଘଟଣା ପରେ ଲକ୍ଷ୍ମଣ ଘଟଣାସ୍ଥଳରୁ ଫେରାର ହୋଇଥିଲା। ସୂଚନା ଥାଉ କି ଲକ୍ଷ୍ମଣ ୧୫ ବର୍ଷ ପୂର୍ବରୁ ଚାରମାଳ ଥାନା ଅଞ୍ଚଳରେ ବିବାହ କରିଥିବା ପ୍ରଥମ ପତ୍ନୀକୁ ଶ୍ୱଶୁର ଘରେ ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ଜେଲରେ ସଜା ସାରିବାର ବର୍ଷକ ପୂର୍ବରୁ ଜାମିନରେ ଘରକୁ ଫେରିଥିଲେ। ଏହି ସମୟରେ ବଇଣ୍ଡାରେ ଚା ଦୋକାନ କରି ଚଳୁଥିଲେ। ସୀତାକୁ ଦ୍ୱିତୀୟ ବିବାହ କରିଥିଲେ। ତିନି ଦିନ ଧରି ଫେରାର ଥିବା ଲକ୍ଷ୍ମଣକୁ ଜରପଡା ପୁଲିସ ବଇଣ୍ଡା ଅଞ୍ଚଳରୁ ଗତକାଲି ରାତିରେ ଗିରଫ କରି ଦଫା ୩୦୨ରେ ଆଜି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe