୫୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

୫୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଖୋର୍ଦ୍ଧା ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନ୍ସୁଗାର ବିକ୍ରି କରିବାକୁ ଆସିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଯୁବକଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ଆଜି ସକାଳ ପ୍ରାୟ ୮ଟା ବେଳେ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ସାମନ୍ତରାପୁର ଅଞ୍ଜୁଶ୍ରୀ କଲ୍ୟାଣ ମଣ୍ଡପ ସମ୍ମୁଖସ୍ଥ ଏକ ଖାଲିପଡ଼ିଆ ଠାରୁ ଜଣେ ଯୁବକଙ୍କୁ ଧରିଥିଲେ। ଯାଞ୍ଚ ବେଳେ ଯୁବକଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏନେଇ ୫୩/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ଲକ୍ଷ ୨୦ ହଜାର ଟଙ୍କା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe