ଖୋର୍ଦ୍ଧା: ଅନେକ ଦିନ ବ୍ୟବଧାନ ପରେ ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଜଣେ ବାଇକ ଚୋରକୁ ଧରିବା ସହ ତା’ ନିକଟରୁ ଚୋରି ଯାଇଥିବା ଚାରିଟି ମୋଟରସାଇକଲକୁ ଜବତ କରିଛି। ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ଏକ ମୋଟରସାଇକଲ ଚୋରି ହୋଇଥିବା ନେଇଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ପୁଲିସ ୨୦୩/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତର ୬ ମାସ ପରେ ନାଚୁଣୀ ଥାନା ଅଧୀନ ବିଁଜଳାର ଆଶିଷ ପାଇକରାୟ (୨୩)କୁ ଗିରଫ କରିଛି। ଆଶିଷ ନିକଟରୁ ଏକ ଲାଲ ବର୍ଣ୍ଣର ହୋଣ୍ଡା ଡିଲକ୍ସ, ଲାଲ ବର୍ଣ୍ଣର ହିରୋ ଗ୍ଲାମର, କଳା ବର୍ଣ୍ଣର ହିରୋ ଗ୍ଲାମୋର ଓ ହୋଣ୍ଡା ଗ୍ରାଜିଆ ସ୍କୁଟିକୁ ଜବତ କରିଛି। ଆଜି ଡାକ୍ତର ପରୀକ୍ଷଣ ପରେ ଆଶିଷକୁ କୋର୍ଟ ଚାଲାଣ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us