୪ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଜଣେ ଗିରଫ

Advertisment
୪ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଜଣେ ଗିରଫ

ଖୋର୍ଦ୍ଧା: ଅନେକ ଦିନ ବ୍ୟବଧାନ ପରେ ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୪ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ସୂଚନା ଦେଇ ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନ କହିଛନ୍ତି ଯେ ଆଜି ସକାଳେ ୯ଟା ବେଳେ ଗୁଇନ୍ଦା ସୂତ୍ରରୁ ବ୍ରାଉନସୁଗାର କିଣାବିକା ହେଉଥିବା ନେଇ ସୂଚନା ପାଇଥିଲେ।

ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ର ନିରୀକ୍ଷକ ନିଳୀମା ଜୟନ୍ତୀ ସ୍ବାଇଁ, ଏଏସ୍ଆଇ ଉର୍ମିଷ୍ଠା ସାମନ୍ତସିଂହାର, ଏଏସ୍ଆଇ ଜିତେନ୍ଦ୍ର ହେମ୍ବ୍ରମ, କନ୍ଷ୍ଟେବଳ ସତ୍ୟବନ୍ତ ମାଝିଙ୍କୁ ନେଇଏକ ଟିମ୍ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଶାଗୁଆନ ବଗିଚା ଠାରେ ଚଢ଼ଉ କରିଥିଲେ। ଚଢ଼ଉରେ, ସେହି ଅଞ୍ଚଳର ବିଭୂ ରଞ୍ଜନ ରାଉତରାୟ (୫୫)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଏନେଇ ୮୩/୨୦୨୩ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe