ରାଉରକେଲା: ସହରରେ ଆଜି ପୁଣି ଜଣେ ପୁରୁଣା ଗଞ୍ଜେଇ ବେପାରିକୁ ଗିରଫ କରିଛି ଅବକାରୀ ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ସେକ୍ଟର-୧୫ ମଲ୍ଲିକ ବସ୍ତିର ଶମ୍ଭୁନାଥ ବେହେରା(୫୦)। ଅଭଯୁକ୍ତ ପାଖରୁ ପ୍ରାୟ ୬୦ ହଜାର ଟଙ୍କା ମୂଲ୍ୟର ୫ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଡାକ୍ତରୀ ମାଇନାପରେ ଅଭିଯକ୍ତକୁ କୋର୍ଟଚାଲାଣ କରାଯାଇଛି।
ଅଭିଯୁକ୍ତ ଶମ୍ଭୁନାଥ ୨୦୧୨ ମସିହାରୁ ଗଞ୍ଜେଇ ବେପାରରେ ଜଡ଼ତି ଅଛି। ସେ ନିୟମିତଭାବେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ଇସ୍ପାତ ସହରରେ ବିକ୍ରି କରିଥାଏ। ବିଶେଷକରି ସେକ୍ଟର ଅଞ୍ଚଳରେ ଥିବା ବିଭିନ୍ନ ପାନ ଗୁମୁଟି ସହ ନିଜେ ପୁଡ଼ିଆ କରି ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରିଥାଏ। ଆଜି ପୂର୍ବାହ୍ନରେ ଗଞ୍ଜେଇ ଧରି ବେପାର କରିବାକୁ ବାହାରିଥିବାବେଳେ ଅବକାରୀ ପୁଲିସ ତାକୁ କାବୁ କରିନେଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଅନ୍ୟ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।
୬୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୧ ଗିରଫ
Advertisment
Follow Us