୬ ଗାଈ ଉଦ୍ଧାର, ଜଣେ ଗିରଫ

୬ ଗାଈ ଉଦ୍ଧାର, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ପୁବୁସାହି ଠାରେ ଥିବା ଏକ ପେଟ୍ରୋଲ୍‌ ପମ୍ପ ନିକଟରୁ ପୁଲିସ ୬ ଗାଈଙ୍କୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରାଯାଇଛି। ଗାଈ ଗୁଡ଼ିକୁ ବ୍ୟକ୍ତିଜଣକ କାଟିବା ପାଇଁ ନେଉଥିବା ସ୍ବୀକାର କରିଛି।

ଅପରାହ୍‌ଣ ପ୍ରାୟ ୩ଟା ବେଳେ ଏକ ଅଟୋରେ (ଓଆର୍‌ ୦୨ବିଏକ୍ସ ୦୫୨୯)ରେ ଅତି ଦୟନୀୟ ଭାବେ ୬ଟି ଗାଈକୁ ବାନ୍ଧି ନେଉଥିବା ବେଳେ ସ୍ଥାନୀୟ କେତେକ ଲୋକଙ୍କ ନଜରେ ପଡ଼ିଥିଲା। ଏନେଇ ​ସେମାନେ ପ୍ରଥମେ ଗୋରକ୍ଷା ଦଳକୁ ଫୋନ୍‌ କରି ଜଣାଇଥିଲେ। ଗୋରକ୍ଷା ଦଳ ଖୋର୍ଦ୍ଧା ଟାଉନ ଥାନା ପୁଲିସକୁ ଜଣାଇବା ସହ ସେଠାରେ ପହଞ୍ଚି ଅଟୋଟିକୁ ଅଟକାଇ ଗାଈଗୁଡ଼ିକୁ ଓହ୍ଲାଇଦେଇଥିଲେ। ପରେ ପୁଲିସ ପହଞ୍ଚି ଗାଈଗୁଡ଼ିକୁ ନେଇ ସିଜୁଆ ପିପୁଲ୍‌ସ ଫର ଆନିମଲର ଗୋଶାଳାରେ ଛାଡ଼ିଥିଲା। ଏହି ଚାଲାଣ ଘଟଣାରେ ୭୩୯/୨୦୨୩ରେ ମାମଲା ରୁଜୁ କରିବା ସହ ତରତୁଆର ସରିଫ ଖାଁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe