ବେଆଇନ ବାଣ କାରଖାନାରେ ଚଢ଼ାଉ, ଜଣେ ଗିରଫ

ବେଆଇନ ବାଣ କାରଖାନାରେ ଚଢ଼ାଉ, ଜଣେ ଗିରଫ

ଭଦ୍ରକ: ବେଆଇନ ବାଣ କାରଖାନା ଉପରେ ଅତର୍କୀତ ଭାବେ ଚଢ଼ାଉ କରି ପୁଲିସ ଶୁକ୍ରବାର ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ବିପୁଳ ପରିମାଣରେ ବାଣ ଓ ଅନ୍ୟ ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ ପୁରୁଣାବଜ଼ାର ଅଞ୍ଚଳର ମିର୍ଜାପୁରସାହିରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ମିଳିବା ପରେ ପୁଲିସ ନିଜର ଟିମ ସହ ଘଟଣାସ୍ଥଳରେ ଅତର୍କୀତ ଭାବେ ଚଢ଼ାଉ କରିଥିଲା। ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଗୋରା ଖାଁକୁ ଗିରଫ କରିଛି। ନକଲି ବାଣ ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

ସୂଚନାଯୋଗ୍ୟ ଦିନକ ପରେ ଦୀପର ପର୍ବ ‘ଦୀପାବଳି’ ପାଳନ ହେଉଛି। ଏଥି ପାଇଁ ସାରା ବିଶ୍ୱ ଉତ୍ସବ ମୁଖର ହେଉଛି। ଭାରତରୁ ଆରମ୍ଭ ହୋଇଥିବା ଦୀପାବଳି ବିଦେଶରେ ମଧ୍ୟ ପାଳନ ହେଉଛି। ଦୀପାବଳିରେ ବାଣ ଓ ଦୀପର ଚାହିଦା ରହୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି। ବାଣ ପ୍ରସ୍ତୁତ ଓ ବିକ୍ରି ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ, ଏହା ନ କରି ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ଏହି କାରବାର ସହ ସଂପୃକ୍ତ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe