କୁକୁର ମରିବାକୁ ନେଇ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

Advertisment
ଚରିତ୍ରକୁ ନେଇ ସନ୍ଦେହ: ଦଳିତ ନାବାଳିକାଙ୍କୁ ଗଛରେ ବାନ୍ଧି ମାଡ଼

Photo: kashmirobserver

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଚାରମାଳ ଥାନା ଅନ୍ତର୍ଗତ କୁଆଖୋଲ ଗ୍ରାମରେ କୁକୁର ମରିବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଆକ୍ରମଣକାରୀକୁ ପୁଲିସ୍‌ ଗିରଫ କରିଛି। ଗୁରୁତର ଆହତଙ୍କ ନାମ ବିନୋଦ ନାଏକ (୨୫) ଓ ଅଭିଯୁକ୍ତ ଉକ୍ତ ଗ୍ରାମର କୁମର ଭୋଇ (୪୦) ବୋଲି ଜଣାପଡ଼ିଛି। ପୁଲିସ୍‌ ସୂଚନାନୁସାରେ ଗତ କିଛି ଦିନ ତଳେ କୁମର ଘରେ ଥିବା ଏକ କୁକୁରକୁ କେହି ମାରି ଦେଇଥିଲେ। ଏଥିପାଇଁ କୁମର ବିନୋଦଙ୍କୁ ସନ୍ଦେହ କରୁଥିଲା। ସୋମବାର ରାତିରେ କୁମର ବିନୋଦଙ୍କୁ ଗାଳିଗୁଲଜ କରିବା ସହ ଏକ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ବିନୋଦଙ୍କ ମୁଣ୍ଡ ଓ ବେକାରେ ଗଭୀର କ୍ଷତ ହେବା ସହ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନେଇଛନ୍ତି। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର୍‌ ହୋଇଯାଇଥିଲା। ଅନ୍ୟପଟେ ବିନୋଦଙ୍କ ବାପା କୀର୍ତ୍ତନ ନାଏକ ଏ ନେଇ ଚାରମାଳ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍‌ ମଙ୍ଗଳବା ରାତି ପ୍ରାୟ ୮ଟା ବେଳେ ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି କୁମରକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe