ସାଢ଼େ ୮ କୁଇଣ୍ଟାଲ ମହୁଲ ପୋଚ ଓ  ୪୦ଲିଟର ମଦ ଜବତ, ଜଣେ ଗିରଫ

Advertisment
ସାଢ଼େ ୮ କୁଇଣ୍ଟାଲ ମହୁଲ ପୋଚ ଓ  ୪୦ଲିଟର ମଦ ଜବତ, ଜଣେ ଗିରଫ

ହରଭଙ୍ଗା: ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ଟିକରପଡ଼ା ଓ ପଣ୍ଡକିମାଲ ଅଞ୍ଚଳରେ ଚଢ଼ଉ ହୋଇଛି । ବହୁ ପରିମାଣର ମହୁଲ ପୋଚ ଓ ମଦ ସମେତ ରନ୍ଧା ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଜଣେ ଲୋକକୁ ପୁଲିସ ଗିରଫ କରିଛି ।

ପ୍ରାପ୍ତ ସୂଚନା ମତେ ବୁଧବାର ସକାଳେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡ଼ା ବନ୍ଧସାହି ନିକଟସ୍ଥ ନାଳ ଖଣ୍ଡିରୁ ୮ଶହ ୫୦କେଜି ମହୁଲ ପୋଚ ଜବତ କରି ନଷ୍ଟ କରିଥିବା ଜଣାଯାଇଛି। ଅପର ପକ୍ଷରେ ସେହି ସ୍ଥାନରୁ ୩୦ଲିଟର ଦେଶି ରନ୍ଧା ମଦ ସମେତ ବହୁ ପରିମାଣର ରନ୍ଧା ସାମଗ୍ରୀ ଜବତ ହୋଇଛି।

ସେହିପରି ପଣ୍ଡକିମାଲ ନିକଟ ଦେଇ ୧୦ଲିଟର ଦେଶୀ ମଦ ନେଇ ଯାଉଥିବା ବାମଣ୍ଡା ଗ୍ରାମର ଅମର ବେହେରା ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଏହି ଚଢ଼ଉରେ ବୌଦ୍ଧ ଅବକାରୀ ସଦର ଓଆଇସି ରମେଶ ମହାନ୍ତି,ସହକାରୀ ସହ ଉପ ନିରୀକ୍ଷକ ରୂପେଶ ମୁଖୀ, କନେଷ୍ଟବଳ ଜୟନ୍ତ ପ୍ରଧାନ, ଅଞ୍ଜଳି ଅମାତ, ପଞ୍ଚମୀ ବେହେରା, କୈଳାସ ସାହୁ, ଲୋକନାଥ ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe