ମହୁଲି ଘାଟି ଲୁଟ୍‌ ଘଟଣା: ଲୁଟେରା ଗିରଫ

Advertisment
ମହୁଲି ଘାଟି ଲୁଟ୍‌ ଘଟଣା: ଲୁଟେରା ଗିରଫ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ଘାଟି ଶିବ ମନ୍ଦିର ଠାରେ ଗତ ଅଗଷ୍ଟ ମାସ ୯ ତାରିଖ ଦିନ ଘଟିଥିବା ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁଲିସ ଗିରଫ କରିଛ।। ଗିରଫ ଯୁବକର ନାମ ଅଭିଳାଷ ରଥ। ପୁଲିସ ସୂତ୍ରରୁ ଜଣାପଡିଛି ଯେ ରାଜୁର ଘର ଜଣକ ଜୟପୁର ରାଜୁ ସାହିରେ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୯ ତାରିଖ ଦିନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସୁଶାନ୍ତ ରାଉଳ ଏବଂ ତ୍ରିନାଥ ହନ୍ତାଳ ନିଜ ନିଜ ସ୍କୁଟି ସର୍ଭିସିଂ ପାଇଁ କୋରାପୁଟ ଜିଲ୍ଲା ଜୟପୁର ଯାଇଥିଲେ। ସେଦିନ କାମ ଶେଷ ହେବା ବେଳକୁ ସନ୍ଧ୍ୟା ହୋଇଯାଇଥିବାରୁ ଚିତ୍ରକୋଣ୍ଡା ନଫେରି ଜୟପୁରରେ ନିଜ ସଂପର୍କୀୟଙ୍କ ଘରେ ରହିଯାଇଥିଲେ। ପରଦିନ ସେମାନେ ସକାଳୁ ଚିତ୍ରକୋଣ୍ଡା ଫେରୁଥିବା ବେଳେ ମହୁଲି ଘାଟିର ଶିବ ମନ୍ଦିର ନିକଟରେ ସେମାନଙ୍କୁ ପିଛା କରି ୩ଟି ବାଇକରେ ଛଅ ଜଣ ଆସିବା ସହ ତ୍ରିନାଥ ହନ୍ତାଳଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ।

ତ୍ରିନାଥ ତଳେ ପଡ଼ି ଯିବାରୁ ସୁଶାନ୍ତ ରାଉଳ ଗାଡ଼ି ଅଟକାଇ ଥିଲେ। ତେବେ ଆଉ ଦୁଇଟି ବାଇକରେ ଆସିଥିବା ଚାରିଜଣ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ଛଅ ଜଣ ଯାକ ଦୁବୃର୍ତ୍ତ ଉଭୟଙ୍କୁ ଭୀଷଣ ମାଡ଼ ମାରିଥିଲେ। ଏପରିକି ସେମାନଙ୍କ ଭୁଜାଲି ଆକ୍ରମଣରେ ତ୍ରିନାଥ ଆହତ ହୋଇଥିଲେ। ତାଙ୍କ ହାତ ଏବଂ କପାଳରେ ଗଭୀର କ୍ଷତ ହୋଇଥିଲା। ପରେ ଦୁବୃର୍ତ୍ତ ମାନେ ତ୍ରିନାଥଙ୍କ ବେକରୁ ସୁନା ଚେନ ଟାଣିନେବା ସହ ପାଞ୍ଚ ହଜାର ଟଙ୍କା ଛଡ଼େଇ ନେଇଥିଲେ। ଏଥିସହ ସୁଶାନ୍ତଙ୍କ ପାଖରୁ ଚାରି ହଜାର ଟଙ୍କା ଛଡ଼େଇ ନେବା ସହ ସ୍କୁଟିରେ ଲାଗିଥିବା ବ୍ୟାଗ୍‌ ଛଡ଼େଇ ନେବା ସହ ଉଭୟଙ୍କ ସ୍କୁଟିର ଚାବିକାଠି ନେଇ ଜୟପୁର ଆଡ଼କୁ ଚମ୍ପଟ୍‌ ମାରିଥିଲେଯ ଆଇଆଇସି ଈଶ୍ୱର ତାଣ୍ଡି ଘଟଣାର ତଦନ୍ତ କରୁଥିଲେ। ଆଜି ଜୟପୁର ରାଜୁସାହି ନିକଟରେ ଅଭିଳାଷକୁ ବୈପାରିଗୁଡା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe