Babylon Radio
ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଖଜୁରିପଡା ଥାନା ଅଞ୍ଚଳର ଜଣେ ରାଜମିସ୍ତ୍ରୀ ଗିରଫ ହୋଇଛନ୍ତି। ରସକିଆ ଗିରଫ ରାଜମିସ୍ତ୍ରୀ ହେଲେ ସିଗନେ ବେହେରା(୫୦)। ସେ ସଦର ଥାନା ଅଞ୍ଚଳରେ ରହି ରାଜମିସ୍ତ୍ରୀ କାମ କରୁଥିଲା। କାମ କରୁଥିବା ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ରହୁଥିବା ଘରକୁ ଡାକି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। କେଶ ନଂ ୫୪ରେ ପୁଲିସ ମାମଲା ରୁଜୁ କରି ମଙ୍ଗଳବାର ଅଭିଯୁକ୍ତ ରାଜମିସ୍ତ୍ରୀ ସିଗନେଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ରାଧାକାନ୍ତ ସାହୁ ଜଣାଇଛନ୍ତି।
Follow Us