ବ୍ଲକ ଉପାଧ୍ୟକ୍ଷଙ୍କ ଘରୁ ଲୁଟ୍‌ ଉଦ୍ୟମ, ଜଣେ ଗିରଫ

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରୁ ମୃତ ବାର୍‌ହା ଜବତ; ତିନି ଅଭିଯୁକ୍ତ ଫେରାର

Image Courtesy of NDTV

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ଥାନା ମନ୍ଦିରପଡ଼ା ସ୍ଥିତ ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକରଙ୍କ ଘରୁ ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ଜଣେ ଲୁଟେରାକୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକରଙ୍କ ଘରକୁ ବୁଧବାର ଦିନ ଦ୍ବିପ୍ରହରରେ ଧରମବନ୍ଧା ଥାନା ପାତାଲଘୁଟକୁରୀର ହିତେଶ ଗିରି ଗୋସ୍ବାମୀ (୪୬) ମାରଣାସ୍ତ୍ର ଧରି ପ୍ରବେଶ କରିଥିଲା। ଏହା ଦେଖି ଘର ଲୋକ ଗେଟ୍ ବନ୍ଦ କରିଦେବାରୁ ମାରଣାସ୍ତ୍ର ସାହାଯ୍ୟରେ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲା। ଏହା ଦେଖି ଦିଲ୍ଲୀପଙ୍କ ମା’, ସ୍ତ୍ରୀ ଓ ଝିଅ ପାଟି କରିବା ସହ ଏକ ଛୁରି ଆଣି ଡକାୟତକୁ କାବୁ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଦୁର୍ବୃତ୍ତର ଛୁରି ବାଜିବାରୁ ଦିଲ୍ଲୀପଙ୍କ ଝିଅର ହାତରେ ଆଘାତ ଲାଗିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ବୃତ୍ତକୁ କାବୁକରି ନୂଆପଡ଼ା ଥାନାକୁ ଅଣାଯାଇଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe