ହରଭଙ୍ଗା: ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣ ଗ୍ରାମରେ ଜୈନିକ ଯୁବକ ଜଙ୍ଗଲୀ ସମ୍ବର ମାଂସ ବିକ୍ରି ପାଇଁ ଘରେ ପଲିଥିନରେ ପ୍ୟାକିଂଙ୍ଗ କରୁଥିବା ସୂଚନା ପାଇ ବନ ବିଭାଗ ଆଜି ଭୋର ସକାଳେ ଅତର୍କିତ ଚଢାଉ କରିଥିଲା। ଘଟଣାସ୍ଥଳରୁ ବନ ବିଭାଗ ଅଭିଯୁକ୍ତ ସନ୍ତୋଷ କୁମାର ସାହୁକୁ ଗିରଫ କରି ସେଠାରୁ ୨୫କେଜି ସମ୍ବର ମାଂସ ଜବତ କରିଥିବା ଜଣାଯାଇଛି।
କୌଣସି ସୂତ୍ରରୁ ଏହି ଖବର ପାଇ ବୌଦ୍ଧ ଏସିଏଫ୍ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ମୋବାଲିଲ ସ୍କୁୱାର୍ଡ ଓ ପୁରୁଣା କଟକ ରେଞ୍ଜ ଷ୍ଟାଫ ଝାରଖମଣ ଗ୍ରାମର ସନ୍ତୋଷଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସନ୍ତୋଷର ଘରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପଲିଥିନରେ ଭର୍ତ୍ତି କରି ରଖିଥିବା ସମ୍ବର ମାଂସ ସବୁ ଜବତ କରିବାରେ ସକ୍ଷମ ହୋଇଥିଲେ। । ଗିରଫ ସନ୍ତୋଷକୁ ହେପାଜତରେ ନେଇ ପଚରାଉଚରାରୁ ସେ ସମ୍ବର ଶିକରୀ ନାମ ପ୍ରକାଶ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ବନ ବିଭାଗ ଓ କୁସଙ୍ଗ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଶିକରୀ ଓ ତାର ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇ ଛାନଭିନ ଜାରି ରଖିଛି।
Follow Us