କୁଟୁରା ମାଂସ ଜବତ, ଜଣେ ଗିରଫ; ପିମ୍ପୁଡ଼ି ଧରାପଡ଼ୁଛି, ହାତୀ ଗଳିଯାଉଛନ୍ତି

Advertisment

ଲୋକଙ୍କୁ ବୋକା ବନଉଛନ୍ତି ବାରିପଦା ରେଞ୍ଜର

ଲୋକଙ୍କୁ ବୋକା ବନଉଛନ୍ତି ବାରିପଦା ରେଞ୍ଜର

କୁଟୁରା ମାଂସ ଜବତ, ଜଣେ ଗିରଫ; ପିମ୍ପୁଡ଼ି ଧରାପଡ଼ୁଛି, ହାତୀ ଗଳିଯାଉଛନ୍ତି

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଗୁଣ୍ଡିହୁଡିରେ ୪ କେଜି କୁଟୁରା ମାଂସ ଜବତ କରିଛି ବାରିପଦା ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ବନବିଭାଗ ପକ୍ଷରୁ ଗତକାଲି ରାତି ଅଧରେ ଚଢ଼ଉ କରାଯାଇଥିଲା । ଏଥିରେ ଶରତଚନ୍ଦ୍ରପୁର ଗାଁର ଖେଲା ମାହାଲି ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହ ୪ କେଜି କୁଟୁରା ମାଂସ ଓ ବ୍ୟବହୃତ ହୋଇଥିବା ମଟରସାଇକେଲକୁ ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ତେବେ ଏହି ଘଟଣାରେ ଏକାଧିକ ବ୍ୟକ୍ତି ସଂଶ୍ଳିଷ୍ଟ ଥିବା ସନ୍ଦେହ କରୁଛି ବନବିଭାଗ। ତେବେ ଉଲ୍ଲେଖନୀୟ ବିଷୟ ଏହାଯେ ବନ ବିଭାଗ ପକ୍ଷରୁ ଏପରି ଛୋଟମୋଟ ଶିକାରୀଙ୍କୁ ଗିରଫ କରି କେବଳ ଯାହା ଦେଖେଇହେଉଥିବା ଅଭିଯୋଗ ହେଉଛି। କାରଣ ଏବେ ମଧ୍ୟ ଶିମିଳିପାଳ ଏବଂ ବାରିପଦା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଅବାଧ ଶିକାର ଚାଲିଛି। ପିମ୍ପୂଡି ଧରାପଡ଼ୁଥିବା ଏବଂ ହାତୀ ଗଳିଯାଉଥିବା ନ୍ୟାୟରେ ବାରିପଦା ବନ ବିଭାଗ ପକ୍ଷରୁ ଏପରି କାରବାର ଚାଲୁଥିବା ଜଣାପଡ଼ିଛି। ବାରିପଦା ରେଞ୍ଜର କେବଳ ଏହି ଛୋଟମୋଟ ଶିକାରୀଙ୍କୁ ଧରି ବାହାବା ନେଉଥିବା ଅଭିଯୋଗ ହୋଇଛି। ବାରିପଦା ରେଞ୍ଜର ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି। ଏହାର ଖୁବ୍ଶୀଘ୍ର ପର୍ଦ୍ଦାଫାସ୍ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe