ନିର୍ବାଚନ ପୂର୍ବରୁ ଜବତ ହେଲା ୪୦ ଲିଟରରୁ ଊର୍ଦ୍ଧ୍ବ ବିଦେଶୀ ମଦ, ଜଣେ ଗିରଫ

Advertisment
ନିର୍ବାଚନ ପୂର୍ବରୁ ଜବତ ହେଲା ୪୦ ଲିଟରରୁ ଊର୍ଦ୍ଧ୍ବ ବିଦେଶୀ ମଦ, ଜଣେ ଗିରଫ

ଡାବୁଗାଁ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ପରିଚାଳନା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମରେ ୪୦ ଲିଟରରୁ ଅଧିକ ବିଦେଶୀ ମଦ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକରେ ଆଗାମୀ ୨୨ ତାରିଖ ମଙ୍ଗଳବାର ଦିନ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥି ପାଇଁ ବ୍ଲକର ଅଧିକାଂଶ ଗ୍ରାମରେ ଟଙ୍କା ଓ ମଦ କାରବାର ବନ୍ଦ କରିବା ପାଇଁ ଯୁବକ ମାନେ ରାତ୍ର ପହରା ଦେଉଛନ୍ତି। ତେବେ ଗତକାଲି ଶନିବାର ରାତ୍ର ୧୦ ଘଣ୍ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମରେ ୪୦ ଲିଟରରୁ ଅଧିକ ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଚାଲାଣ କାରିକୁ ଧରିଥିଲେ ଏବଂ ଡ଼ାବୁଗାଁ ପୁଲିସକୁ ଖବର ଦେଇଥିଲେ।

ଡାବୁଗାଁ ପୁଲିସ ଜବାଗୁଡ଼ା ଗ୍ରାମର ଜଣଙ୍କ ଘର ମଧ୍ୟରୁ ୪୦ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରି ବେଆଇନ ମଦ ଚାଲାଣ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଥିଲେ। ଏ ନେଇ କେସ ନ ୩୦/୨୨ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ବିଦେଶୀ ମଦ ପାପଡ଼ାହାଣ୍ଡି ଅଞ୍ଚଳରୁ ଚୋରା ଚାଲାଣ ହୋଇ ଡାବୁଗାଁ ଆସୁଥିବା ବେଳେ ଗ୍ରାମବାସୀ ହାବୁଡ଼ରେ ଚୋରା ଚାଲାଣ କରି ଧରା ପଡ଼ିଥିଲେ। ୪୮ ଘଣ୍ଟା ପୂର୍ବରୁ ଡାବୁଗାଁ ଅବକାରୀ ବିଭାଗ ତରଫରୁ ଗତ କାଲି ଶନିବାର ଠାରୁ ଗୋଟିଏ ବିଦେଶୀ ମଦ ଦୋକାନ, ବରିପଦର ଦେଶୀ ମଦ ଦୋକାନ ସହ ମେଦନା, ବାରିଗୁଡ଼ା ଓ ପଖନାଗୁଡ଼ା ବ୍ରାଞ୍ଚ ଦେଶୀ ମଦ ଦୋକାନକୁ ସିଲ୍ କରାଯାଇ ଥିଲେ ସୁଦ୍ଧା ଚୋରା ଚାଲାଣ କରି ପୁଲିସ ଓ ଅବକାରୀ ବିଭାଗକୁ ଫାଙ୍କି ମାରି ମଦ ଚାଲାଣ କରୁଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe