ଭାତ-ଡାଲମା ପାଇଁ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଗିରଫ

Advertisment
ବିଧବାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

GNS News

ଧରାକୋଟ: ଗଂଜାମ ଜିଲ୍ଲା ଭାତଡାଲମା ପାଇଁ ଦୁଇ ମହିଳା ଗୋଷ୍ଠୀ ଭିତରେ ଘମାଘୋଟ ସଂଘର୍ଷ। ଧରାକୋଟ ଥାନା ପଙ୍କଳବାଡ଼ି ଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁସାରେ, ଗ୍ରାମରେ ଜହ୍ନିଓଷା ଉଦ୍‌ଯାପନୀ ଅବସରରେ ଝିଅମାନେ ଚାନ୍ଦା ଆଦାୟ କରି ପାଲାନୃତ୍ୟ ଆୟୋଜନ କରିଥିଲେ। ଶେଷରେ ଭାତଡାଲମା ରୋଷେଇ କରି ଖାଇଥିଲେ। କିନ୍ତୁ ବଳକା ଖାଦ୍ୟ ନେବା ଲାଗି ଦୁଇ ମହିଳା ଗୋଷ୍ଠୀଙ୍କ ଭିତରେ ସଂଘର୍ଷ ହୋଇଥିଲା। ଏଥିରେ ଅଶ୍ବିନୀ ଗୌଡ଼ ନାମକ ଜଣେ ମହିଳା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଶ୍ବିନୀ ଗୌଡ଼ଙ୍କ ଏତଲା କ୍ରମେ ଧରାକୋଟ ଥାନାରେ କେସ୍ ନମ୍ବର ୧୮୮ ଅନୁସାରେ ମାମଲା ରୁଜୁ ସହ ବଳରାମ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି। ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଆରତି ଡାକୁଆଙ୍କ ଏତଲା କ୍ରମେ ଅଶ୍ବିନୀ ଗୌଡ଼ ଓ ତାଙ୍କ ସହଯୋଗୀଙ୍କ ନାମରେ କେସ୍ ନମ୍ବର ୧୮୯/୨୧ ଅନୁସାରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe