କରୋନା ଭାଇରସ ସଂପର୍କିତ ମିଛ ଖବର ସୋସିଆଲ ମିଡିଆରେ ଭାଇରାଲ କରି ଗିରଫ ହେଲେ ଶିକ୍ଷକ

୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

ଭବାନୀପାଟଣା: କରୋନା ଭାଇରସ ସଂପର୍କିତ ମିଛ ଖବର ସୋସିଆଲ ମିଡିଆରେ ପ୍ରଚାର କରି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଡୁଡୁକେଲ ଗାଁର ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କ ନାମ ବିନ୍ଦୁ ମହାନନ୍ଦ। ସେ ଆଜି ସୋସିଆଲ ମିଡିଆରେ କରୋନା ଜନିତ ମିଛ ଖବର ଭାଇରାଲ କରିଥିଲେ। ବିନ୍ଦୁ ମହାରଣା ଲେଖିଥିଲେ ଯେ, ଗୋଲାମୁଣ୍ଡା ବ୍ଳକ ଖଳିଆକାନି ଗାଁରେ ଜଣେ କରୋନା ଆକ୍ରାନ୍ତ ଯୁବକ କବାଟ ବନ୍ଦ କରି ଘରେ ରହିଛି। ଏହି ଘଟଣା ଭାଇରାଲ ହେବା ପରେ ବିଡିଓ ଓ ଥାନା ଅଧିକାରୀ ସଂପୃକ୍ତ ଗାଁକୁ ଯାଇଥିଲେ। କିନ୍ତୁ ସେଭଳି ଘଟଣା ଦେଖିବାକୁ ମିଳି ନଥିଲା। ତେବେ ପୁଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିନ୍ଦୁ ମହାନନ୍ଦକୁ ଆଜି ସନ୍ଧ୍ୟାରେ ଗିରଫ କରିଛି।

ସୂଚନାଯୋଗ୍ୟ, ଫେସ୍‌ବୁକ୍‌ରେ ମିଛ ଖବର ପୋଷ୍ଟ କରିବା ଘଟଣାରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ପୁଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟନାରାୟଣ ସାମଲ ଓରଫ ଦୀପୁ (୩୨)। ରାୟଗଡ଼ା ଜିଲ୍ଲା ଅମ୍ବାଦଲାରେ ରହୁଥିବା ଦୀପୁ ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ନିବାସୀ ପ୍ରଫୁଲ୍ଲ କୁମାର ସମାଲଙ୍କ ପୁଅ।

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଫେସ୍‌ବୁକ୍‌ରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ପୁଲିସ ଅଭିଯୁକ୍ତର ପରିଚୟ ପାଇଥିଲା। ଏହି ଆଧାରରେ ରାୟଗଡ଼ାରେ କରୋନା ଭାଇରସ ବ୍ୟାପିବା ନେଇ ଫେସବୁକ୍‌ରେ ମିଛ ଖବର ପ୍ରସାର ହେବା ପରେ ମୁନିଗୁଡ଼ା ପୁଲିସ ଆଜି ଏକ ମାମଲା ରୁଜୁ କରିଥିଲା।

ଅଭିଯୁକ୍ତ ଦୀପୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖିଥିଲା ଯେ, ରାୟଗଡ଼ାରେ କରୋନା ଭାଇରସ ବ୍ୟାପିଛି। କେରଳରୁ ଆସିଥିବା ବ୍ୟକ୍ତି ଜଣକ କରୋନା ରୋଗରେ ସଂକ୍ରମିତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ତଦନ୍ତ ପରେ ଜଣାପଡ଼ିଲା ଯେ, ଦୀପୁ ଦ୍ୱାରା ମିଛ ଖବର ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଛି। ଏହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe