ଶ୍ରୀଜଗନ୍ନାଥଙ୍କ ମୁଣ୍ଡିଆରେ ବେଆଇନ ଖନନ, ଜଣେ ଗିରଫ

Advertisment
୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ଖୋର୍ଦ୍ଧା: ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍, ଉଚ୍ଚ ନ୍ୟାୟାଳୟଙ୍କ ବାରମ୍ବାର ତାଗିଦ, ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସତ୍ୱେ ଖୋର୍ଦ୍ଧାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରୁ ବେଆଇନ ପଥର, ମୋରମ ଆଦି ଖନନ କରାଯାଉଛି। ପଥର ମାଫିଆ ଯେଉଁଭଳି ଭାବେ ବେଧଡ଼କ ଖନନ ଓ ଚାଲାଣ କରୁଛନ୍ତି ତାରି ପଛରେ ସ୍ଥାନୀୟ ରାଜନେତା, ପୁଲିସ ଓ ରାଜସ୍ୱ ବିଭାଗର ପ୍ରତ୍ୟେକ୍ଷ ସମ୍ପୃକ୍ତି ସ୍ପଷ୍ଟ ଥିବା ଜଣାପଡ଼ିଛି। ଦୁଇଦିନ ପୂର୍ବେ ଏଭଳି ଏକ ଘଟଣାରେ ଜଣକୁ ଗିରଫ କରାଯିବା ପରେ ଏଭଳି ଖନନରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି କଥା ପଦାରେ ପଡ଼ିଛି। ସୂଚନାନୁସାରେ, ଖୋର୍ଦ୍ଧା ମଳିପଡ଼ା ନିକଟରେ ଥିବା ଶଙ୍ଖାରୀ ପୂର୍ବ-ପଶ୍ଚିମ ମୁଣ୍ଡିଆରେ ବେଆଇନ ଖନନ ଚାଲୁଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩୧ ତାରିଖରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୁଲିସ ୧୧୧/୨୦୨୩ରେ ଏକ ମାମଲା ରୁଜୁ କରି ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ଅନେକ ଟ୍ରକ୍ ଆଦି ଜବତ କରିଥିଲା।

ପରେ ଏହି ବେଆଇନ ଖନନରେ ପଞ୍ଚାୟତ ନିର୍ବାଚନରେ ଜିତିଥିବା ଜଣେ କ୍ଷମତାଶାଳୀ ନେତ୍ରୀଙ୍କ ସ୍ୱାମୀଙ୍କ ସହ ଅନ୍ୟମାନେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ତେବେ ଏହି ଘଟଣା ସମ୍ପର୍କରେ ପୁଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲା। ଏହି କାରଣରୁ ପୁଲିସ ସମସ୍ତ ଗାଡ଼ି ଆଦି ଛାଡ଼ି ଦେବା ସହ ୨ ତାରିଖରେ ମଳିପଡ଼ାର ପ୍ରଦ୍ୟୁମ୍ନ ଖଣ୍ଡାୟତ ଓରଫ ମୁନା (୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକ କହିଛନ୍ତି ଯେ ନିକଟରେ ଏକ ଅନୁମତିପ୍ରାପ୍ତ ଖଣି ରହିଛି, କିନ୍ତୁ କେତେକ ବ୍ୟକ୍ତି ଏହି ଖଣି ନିକଟରେ ଥିବା ଅନ୍ୟ ଅଞ୍ଚଳକୁ ଖୋଲି ନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe