୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆନୁମାନିକ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ସକାଳେ ଅବକାରୀ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଭ୍ରାମ୍ୟମାଣ ଅବକାରୀ ୟୁନିଟର ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଏସ୍ଆଇ ବି ମନୋଜ କୁମାରଙ୍କ ନେତୃତ୍ୱରେ ଠେଙ୍ଗାହାଟ ଛକରେ ଚଢ଼ଉ କରିଥିଲେ।

ନିଜ ମୋଟର ସାଇକଲ (ଓଡି୦୨ବିଏକ୍ସ୦୧୬୫) ସହ ଗ୍ରାହକଙ୍କ ନିମନ୍ତେ ଅପେକ୍ଷା କରିଥିବା ପଲ୍ଲା କୋଣାର୍କ ନଗରର ଅଶ୍ରୁମୋଚନ ଦାଶ (୧୯)କୁ ଧରିଥିଲେ। ତା’ ନିକଟରୁ ୨୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଅଭିଯୁକ୍ତକୁ ଏନ୍ଡିପିଏସ୍ ଆଇନରେ ୧୬/୨୦୨୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe