୧୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

୧୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହାତରେ ଜଣେ ବ୍ରାଉନସୁଗାର ବେପାରୀ ଧରାପଡ଼ିଛି। ସୂଚନାନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ଋତମ୍ଭରା କରଙ୍କ ନେତୃତ୍ୱରେ ଏସ୍ଆଇ ସସ୍ମିତା ବେହେରା, ପିଏସ୍ଆଇ ଦିପାଲିସା ନାୟକ, ଏଏସ୍ଆଇ ଅକ୍ଷୟ କୁମାର ସେଠୀ, କନଷ୍ଟେବଲ ଅକ୍ଷୟ କୁମାର ଗୁମାନସିଂହ, ଅନିତା ତରାଇ, ଜୟନ୍ତ କୁମାର ମହାନ୍ତି, ପ୍ରଦୀପ କୁମାର ହରିଚନ୍ଦନ, ଓଏପିଏଫ୍ ଶିବ ହନ୍ତାଳଙ୍କୁ ନେଇ ଏକ ଟିମ୍ ସ୍ୱପ୍ନେଶ୍ୱର ସାହି- ଜବରଦସ୍ତିପୁର ଠାରେ ଚଢ଼ଉ କରିଥିଲେ।

ଚଢ଼ଉରେ କୃଷ୍ଣ ଧଳ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ଓ ବିକ୍ରିଳବ୍ଧ ୨୮୫୪୦ ଟଙ୍କା ଜବତ କରାଯାଇଥିଲା। ଏନେଇ ୨୬୪/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe