image source-Sabrang India
ଭଦ୍ରକ: ଡକାୟତି ମାମଲାରେ ଜଣକୁ ଗିରଫ ଗିରଫ କୋର୍ଟ ଚାଲାଣ କଲା ଆଗରପଡା ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାଁ ସଂଜୀବ ଜେନା। ଭଦ୍ରକ ଜିଲ୍ଲା ଆଗରପଡା ଥାନା ବିଟିପୁର ଅଞ୍ଚଳରେ ସଂଜବୀର ଘର। ଥାନାରେ ହୋଇଥିବା ଏତଲା ଅନୁଯାୟୀ ବିଟିପୁର ଅଞ୍ଚଳରେ ଏକ କେନାଲ କାମ ହେଉଥିବା ବେଳେ ଅଭିଯୁକ୍ତ କେତେକ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଛଡ଼ାଇ ନେଇଥିଲା। ପୁଲିସ ୩୯୨ ଦଫାରେ ଡକାୟତି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ଜେଲ ପଠାଯାଇଛି।
Follow Us