ମୟୂରଭଂଜରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ, କଟକରେ ଦୁଷ୍କର୍ମ ଉଦ୍ୟମ ବେଳେ ନାବାଳକକୁ ଧରିଲେ ସ୍ଥାନୀୟ ଲୋକେ

Advertisment
ରାଜଧାନୀରେ ଚାଞ୍ଚଲ୍ୟ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

India Today

ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଶନିବାର ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କଟକ ସହରରେ ଜଣେ ୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସ୍ଥାନୀୟ ଲୋକେ ଜଣେ ନାବାଳକକୁ ଧରି ପୁଲିସ ହାତରେ ଜିମା ଦେଇଛନ୍ତି।

ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ତାରାସିଂ ଥାନା ଅଂଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲିସ ତାରଣ ଗାଁର ସୁଜନ ମଣ୍ଡଳକୁ ଗିରଫ କରିଛି। ପୂର୍ବରୁ ସୁଜନ ବିରୋଧରେ ଥାନାରେ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସେହିଭଳି ଆଜି ଅନ୍ୟ ଏକ ଘଟଣା କଟକ ସହରରେ ଦେଖିବାକୁ ମିଳିଛି। ବାଦାମବାଡ଼ି ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ନାବାଳକକୁ ପଚରାଉଚରା କରୁଛି। ସୂଚନା ଅନୁସାରେ ଖାନନଗର କେନ୍ଦ୍ରୀୟ ପାଠାଗାର ନିକଟରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳର ଜଣେ ନାବାଳକ ବୁଲୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଅବଗତ ହେବା ପରେ ନାବାଳକକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe