ସ୍କୁଲରୁ ପୁଅର ଆସିବା ବାଟକୁ ଅନାଇ ବସିଥିଲା ମା’ ....ଖବର ଆସିଲା ପୁଅ ଆଉ ଜୀବିତ ନାହିଁ

ସ୍କୁଲରୁ ପୁଅର ଆସିବା ବାଟକୁ ଅନାଇ ବସିଥିଲା ମା’ ....ଖବର ଆସିଲା ପୁଅ ଆଉ ଜୀବିତ ନାହିଁ

ସାଙ୍କେତିକ ଫଟୋ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନଦାଦର ପ୍ରକଳ୍ପ ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ପୋଖରୀରେ ବୁଡି ସୋମବାର ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

publive-image

ସୂଚନାଯୋଗ୍ୟ, ସବୁଦିନ ପରି ଆଜି ମଧ୍ୟ ସମ୍ବିତ ପେଣ୍ଠୋଇ ସାନଦାଦର ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲା। ସେ ପ୍ରଥମ ଶ୍ରେଣୀର ଛାତ୍ର। ତେବେ ଖେଳ ଛୁଟିରେ ସମୟରେ ସବୁ ପିଲାଙ୍କ ସହିତ ସମ୍ବିତ ଖେଳୁଥିଲା। ସାଙ୍ଗମାନଙ୍କ ସହିତ ମଜା ମଉଜଲିସ୍‌ କରୁକରୁ ନିଜର ଅସାବଧାନତା ହେତୁ ସ୍କୁଲ ପାଖରେ ଥିବା ପୋଖରୀରେ ସମ୍ବିତ ଖସିପଡ଼ି ଥିଲା। ଖେଳ ଛୁଟି ପରେ ସବୁପିଲା ଶ୍ରେଣୀଗୃହକୁ ଫେରିଥିଲେ। ସମ୍ବିତକୁ ଶ୍ରେଣୀଗୃହରେ ନଥିବା ଦେଖି ତାକୁ ସମସ୍ତେ ଚାରି ଆଡେ ଖୋଜିଥିଲେ। କୌଣସି ସ୍ଥାନରେ ସମ୍ବିତକୁ ନପାଇବାରୁ ସନ୍ଦେହ ସମସ୍ତେ ପୋଖରୀ ନିକଟକୁ ଯାଇଥିଲେ, ସେଠାରେ ତାର ମୃତଦେହ ମିଳିଥିଲା। ଏହାପରେ ତାର ପରିବାରବର୍ଗଙ୍କୁ ଖବର ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe