ଗୋପୀନାଥପୁର ଆଶ୍ରୟସ୍ଥଳରେ ୧୧୦ ଶ୍ରମିକ, ଜଣେ ପଜିଟିଭ୍‌

Advertisment
ଗୋପୀନାଥପୁର ଆଶ୍ରୟସ୍ଥଳରେ ୧୧୦ ଶ୍ରମିକ, ଜଣେ ପଜିଟିଭ୍‌

ବିରିଡି: ସମ୍ଭାବ୍ୟ ବାତ୍ୟାକୁ ଦେଖି ବିରିଡି ବ୍ଲକର ୨୨ ବାତ୍ୟା ଆଶ୍ରୟସ୍ଥଳରେ ୧୭ଶହ ଥିଲେ। କେବଳ ଗୋପୀନାଥପୁର ପଂଚାୟତ ଅଳକା ହାଇସ୍କୁଲ କେନ୍ଦ୍ରରେ ୧୧୦ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ଇଟାଭାଟି ଶ୍ରମିକ ଓ ଆସନ୍ତା କାଲି ସେମାନେ ଆଶ୍ରୟକେନ୍ଦ୍ର ଛାଡ଼ିବେ ବୋଲି ବିଡ଼ିଓ ସୂଚନାଦେଇଛନ୍ତି। କୌତୂହଳର ବିଷୟ ହେଲା ଆଜି ବାତ୍ୟା ଛାଡ଼ିଗଲା ପରେ ସୁଦ୍ଧା ସେମାନେ ଆଶ୍ରୟସ୍ଥଳ ଛାଡ଼ିବାକୁ ନାରାଜ। ଦିନତମାମ ବର୍ଷା ଓ ହାଲକା ପବନ ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଆଜି ପାଗ ବଦଳିଛି। ଆଶ୍ରୟସ୍ଥଳରେ ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଲା। ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨ଟା ତ୍ୱରିତ ସେବା ଦଳ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷରେ ଡାକ୍ତରଙ୍କ ସହ ଉପସ୍ଥିତ ଅଛନ୍ତି। ବିଡ଼ିଓ ହେମନ୍ତ କୁମାର ମହାନ୍ତ ଓ ଏବିଡ଼ିଓ ସନ୍ତୋଷ କୁମାର ଶତପଥୀ ବିଭିିନ୍ନ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିରିଡି ବ୍ଲକର ବାତ୍ୟା ମୁକାବିଲା ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳଙ୍କୁ ଦିଆଯାଇଛି। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିରିଡି ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସମୀକ୍ଷା କରିବାସହ ବ୍ଲକର ହାଜିପୁର, ଗୋପୀନାଥପୁର ଓ ଅନ୍ୟ ବାତ୍ୟାଆଶ୍ରୟସ୍ଥଳୀକୁ ଯାଇ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe