ଗୋରୁପଲଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ଗୋରୁପଲଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଅଧୀନ ବାଙ୍କପାଟୁଳି ନିକଟ ୨୦ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନ ୪ଟା ପରେ ଏକ ଅଜଣା ଲୁହାପଥର ବୋଝେଇ ଟ୍ରକ ରାସ୍ତା ଅତିକ୍ରମ କରୁଥିବା ଗୋରୁପଲଙ୍କୁ ଧକ୍କା ଦେଇ ଚଢ଼ିଯିବାରୁ ଘଟଣାସ୍ଥଳରେ ଗୋଟିଏ ଗୋରୁ ପ୍ରାଣ ହରାଇଛି।

ଦୁର୍ଘଟଣାରେ ଅନ୍ୟ ୨ ଗୋରୁଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଏକ ଗୋରୁ ଘଟଣାସ୍ଥଳରେ ମୂର୍ମୁଷୁ ଭାବରେ ପଡ଼ିରହିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ଘଟଣା ଥାନା ଏସଆଇ ତପନ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe